ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିସେମ୍ବର ମାସ ପାଇଁ ଏସଆରସି ନୂଆ କରୋନା ଗାଇଡଲାଇନ୍ ଜାରି କରିଛନ୍ତି। ବିଦେଶରେ ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଚଳିତ ମାସ ପାଇଁ କଡା ପଦକ୍ଷେପ ନେଇଛନ୍ତି ସରକାର। ଦନଗହଳି ପାଇଁ ସଂକ୍ରମଣ ଆଶଙ୍କା ଥିବାର ଜିରୋନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ତାରିଖ ଯାଏଁ ଏହି ଗାଇଡଲାଇନ ବଳବତ୍ତର ରହିବ।
ସେହିପରି ଲୋକ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସେଲିବ୍ରେସନ କରିଥାନ୍ତି। ଫଳରେ ପ୍ରଭଲ ଲୋକ ଏକାଠି ହୋଇଥାନ୍ତି ଏବଂ ସେଠାରେ ସଂକ୍ରମଣର ଭୟ ରହିଛି। ଏନେଇ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲଗା ଯାଇଛି। ଏହାସହିତ ସର୍ବସାଧାରଣ ସ୍ଥଳରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ। ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ୟ୍ୟକ୍ରମ ହୋଇପାରିବ ନାହିଁ। ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ। ତେବେ ଯାତ୍ରୀ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ। କୋଭିଡ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଳ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ।