ନୂଆଦିଲ୍ଲୀ: ବିହାର ବିଧାନସଭା ପରିସରରେ ମଦ ବୋତଲ ମିଳିବା ଯୋଗୁ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶକ୍ତ ଆଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ, ଏହି ଜିନିଷକୁ ସହ୍ୟ କରାଯିବ ନାହିଁ। ଏନେଇ ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯିବ। ଯଦି ଏଠାକୁ ମଦ ବୋତଲ ଆସିଛି ତେବେ ନିଶ୍ଚିତ ରୂପେ କେହି ସମସ୍ୟା ସୃଷ୍ଟି କରୁଛି ଏବଂ ତାକୁ ଛଡ଼ାଯିବ ନାହିଁ।
ନୀତିଶ କୁମାର ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ସୋସିଆଲ ମିଡିଆରେ କିଛି ପୋଷ୍ଟ କଲେ ମୁଁ ପଢ଼ିବିନି। ଚିଠି ମିଳିବା ପରେ ହିଁ ମୁଁ ପଢ଼ିବି।
ଅନ୍ୟପଟେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ଆମେ ନିଜେ ଦେଖିକି ଆସିଛୁ। ଡିଜିଟାଲ ଦୁନିଆ ହୋଇଥିବାରୁ ଆପଣଙ୍କୁ ଟ୍ୟାଗ୍ କରି ଦିଆଯାଉଛି।