ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପାଟଣେଶ୍ୱରୀ ମହିଳା ଡିଗ୍ରୀ କଲେଜ ପରିଦର୍ଶନ

ପାଟଣାଗଡ଼,ଏନ୍ଏନ୍ଏସ୍: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଡ଼.ଉମାବଲ୍ଲଭ ମହାପାତ୍ର ଓ ଉଦ୍ଭିଦ ବିଜ୍ଞାନ ପ୍ରଫେସର ଡ଼.ଯଂଜ୍ୟେଶ୍ୱର ସାହୁ ପାଟଣାଗଡ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୪ର୍ଥ ସହବନ୍ଧିତ ମହାବିଦ୍ୟାଳୟ ଭାବେ ଏହି କଲେଜକୁ ପତ୍ର ସଂଖ୍ୟା ୧୩୬୨/ସିଡିସି ଜରିଆରେ ଘୋଷଣାନାମା ଅଧ୍ୟକ୍ଷ ଶ୍ରୀ ଅମିତାଭ ଠାକୁରଙ୍କୁ ପ୍ରଦାନ କରିଥିଲେ। କୁଳପତି ପର୍ଯ୍ୟାୟକ୍ରମେ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ କଲେଜର ପ୍ରତିଷ୍ଠାତା ସଭ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟଅତିଥି ନିଜ ବକ୍ତବ୍ୟରେ ମହିଳାଙ୍କୁ ଶିକ୍ଷିତ କରି ସ୍ୱାବଲମ୍ବୀ ହେବାରେ ଅନୁଷ୍ଠାନ ନିଜର ଗରିମା ବଜାୟ ରଖିଛି ବୋଲି କହିଥିଲେ। ଏହି ଅବସରରେ କଲେଜର ବରିଷ୍ଠ ଅଧ୍ୟାପିକା ଝୁନୁ ପାଢ଼ୀ, ସୁପ୍ରଭା ମିଶ୍ର, ମମତା ମେହେର ଓ ମମତା ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପ୍ରଥମଥର ପାଇଁ କୌଣସି କୁଳପତି ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବାରୁ ପରିଚାଳନା କମିଟି ସଦସ୍ୟ ସହ ଶିକ୍ଷାପ୍ରେମୀ ଓ ଛାତ୍ରୀମାନେ ଖୁସି ପ୍ରକଟ କରିଥିଲେ।