ବାଲିଗୁଡ଼ା,ଏନ୍ଏନ୍ଏସ୍: କିଛିଦିନ ବ୍ୟବଧାନରେ ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ଲାଲ ଆତଙ୍କ। ବାଲିଗୁଡା ଥାନାର ବାରଖମା, ରେବିଙ୍ଗିଆ, ବାଟାଗୁଡ଼ା ଓ ମିଡ଼ିଆପଡ଼ାଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ମାରି କେକେବିଏନ ମାଓ ସଂଗଠନ ନିଜର ସ୍ଥିତି ଜାହିର କରିଛନ୍ତି। ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯିବାକୁ ବାରଣ କରିବା ସହ ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୋମା ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଗଞ୍ଜେଇ କାଟିବାକୁ ଆସୁଥିବା ପୁଲିସ ଓ ବନ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ଆହା୍ୱନ ଦେଇଛନ୍ତି। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ କରିବାକୁ କହିଛନ୍ତି। ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ଶେଷରେ ସିପିଆଇ କେକେବିଏନ ଡିଭିଜନ କମିଟି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।