ଜିତିବା ମ୍ୟାଚକୁ ଡ୍ର’ରେ ଶେଷ କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର’ ହୋଇଯାଇଛି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନର ଟାର୍ଗେଟ ଦେଇଥିଲା। ନ୍ୟୁଜିଲାଣ୍ଡ ଟିମ୍ ୧୬୯ ରନରେ ୯ ୱିକେଟ ହରାଇ ଏହି ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ଟିମ ପାଇଁ ଏହି ଡ୍ର’ କୌଣସି ବିଜୟଠାରୁ କମ୍ ନଥିଲା। କାରଣ ଖେଳର ପଞ୍ଚମ ଦିନରେ ଚା’ ବ୍ରେକ ପରେ ଯେପରି ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଥିଲା ସେଥିରୁ ନ୍ୟୁଜିଲାଣ୍ଡ ହାରିବା ସୁନିଶ୍ଚିତ ଥିଲା। କିନ୍ତୁ ରଚୀନ ରବିନ୍ଦ୍ର କ୍ରିଜରେ ରହି ୯୧ ବଲରେ ଅପରାଜିତ ୧୮ ରନ୍ କରିଥିଲେ।