୧୨ ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ୧୨ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସେଥିମଧ୍ୟରେ ସିପିଏମର ଏଲାମାରାମ କରୀମ, ଫୁଲୋ ଦେବୀ ନେତାମ, ଛାୟା ବର୍ମା, ଆର ବୋରା, ରାଜମଣି ପଟେଲ ଓ ସୈୟଦ ନାସିର ହୁସେନ, କଂଗ୍ରେସର ଅଖିଳେଶ ପ୍ରସାଦ ସିଂହ, ସିପିଆଇର ବିନୟ ବିଶ୍ୱମ, ଟିଏମସିର ଡୋଲା ସେନ ଓ ଶାନ୍ତା ଛେତ୍ରୀ, ଶିବସେନାର ପ୍ରିୟଙ୍କା ଚର୍ତୁବେଦୀ ଓ ଅନୀଲ ଦେଶାଇ ରହିଛନ୍ତି। ଗତ ମୌସୁମୀ ଅଧିବେସନରେ ହୋଇଥିବା ହଙ୍ଗାମା ଯୋଗୁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉପସଭାପତି ହରିବଂଶଙ୍କ ଅନୁମତିକ୍ରମେ ପ୍ରହ୍ଲାଦ ଯୋଶୀ ଏହି ମାମଲାରେ ଏକ ପ୍ରସ୍ତାବ ରଖିଥିଲେ। ବିପକ୍ଷ ଦଳର ହଟ୍ଟୋଗଳ ମଧ୍ୟରେ ଏହାକୁ ସଂସଦ ମଞ୍ଜୁରୀ ପ୍ରଦାନ କରିଛି।