ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଶାର୍ଦୁଲ ଠାକୁର ତାଙ୍କ ଗାର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କୁ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ କାର୍ଯ୍ୟକ୍ରମ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପଲେକ୍ସରେ ହୋଇଛି। କାର୍ଯ୍ୟକ୍ରମରେ ଉଭୟ ପରିବାରର ଖୁବ୍ ଘନିଷ୍ଠ ଲୋକ ଉପସ୍ଥିତ ଥିଲେ। ଏଥିରେ ରୋହିତ ଶର୍ମା, ମୁମ୍ବାଇ ରଣଜୀ ଟିମର ଧବଲ କୁଲକର୍ଣ୍ଣୀ ଓ ଅଭିଷେକ ନାୟର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମିତାଲୀ ପାରୁଲକର ଥାଣେରେ ଅଲ ଦି ବେକ୍ସ ନାମକ ଷ୍ଟାର୍ଟ-ଅପ୍ କମ୍ପାନୀ ଚଳାଉଛନ୍ତି। ଶାର୍ଦୁଲ ତାଙ୍କ ଶେଷ ମ୍ୟାଚ୍ ୨୦୨୧ ଟି-ଟ୍ୱୋଣ୍ଟି ବିଶ୍ୱକପ୍ ମ୍ୟାଚରେ ଖେଳିଥିଲେ। ଆଉ ଏବେ ତାଙ୍କ ନ୍ୟୁଜିଲାଣ୍ଡ ସିରିଜରେ ବିଶ୍ରାମ ଦିଆଯାଇଛି।