ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମାଟିର ମୋନାଲିସା ପଟ୍ଟନାୟକ ଜୁମ୍ବାରେ ନୂଆ ଏକ ଧାରା ଆରମ୍ଭ କରିଛନ୍ତି। ୨୫ ବର୍ଷୀୟା ମୋନାଲିସା ସମ୍ବଲପୁରୀ ଗୀତରେ ପିଲାଙ୍କୁ ଜୁମ୍ବା ଶିଖାଉଛନ୍ତି। ଯାହାକୁ ଏବେ ଯୁବପୀଢ଼ୀ ବେଶ ପସନ୍ଦ କରିବାରେ ମଧ୍ୟ ଲାଗିଛନ୍ତି। ମୋନାଲିସା ୩ ବର୍ଷ ହେବ ଜୁମ୍ବା ଶିଖାଉଛନ୍ତି। ଚଳିତବର୍ଷ ଲକଡାଉନରୁ ଜୁମ୍ବାରେ ସମ୍ବଲପୁରୀ ଗୀତକୁ ସାମିଲ କରିଛନ୍ତି। ଜୁମ୍ବା ତାଙ୍କ ପାଇଁ ଏବେ ନିଶା ପାଲଟିଯାଇଛି। ଏହାକୁ ଏବେ ପାର୍ଟଟାଇମ କାମ ଭାବେ ଜାରି ରଖିଛନ୍ତି।
ପଶ୍ଚିମ ଓଡ଼ିଶାର କଳାର ମାଟି ଟିଟିଲାଗଡ଼ର ଝିଅ ହୋଇଥିବା ଯୋଗୁ ମୋନାଲିସାଙ୍କର ସମ୍ବଲପୁରୀ ଗୀତ ଓ ନାଚ ପ୍ରତି ଦୁର୍ବଳତା ରହିଛି। ସେଥିପାଇଁ ଯେତେବେଳେ ବି ଯେଉଁ ନୂଆ ସମ୍ବଲପୁରୀ ଗୀତ ଆସେ ତାହାକୁ ଜୁମ୍ବାରେ ସାମିଲ କରିଥାନ୍ତି। ତେବେ ପିଲାବେଳୁ ଡ୍ୟାନ୍ସ ପ୍ରତି ଥିବା ଆଗ୍ରହ ଫଳରେ ଜିଲ୍ଲାରୁ ଏବେ ରାଜଧାନୀରେ ପହଞ୍ଚି ଜୁମ୍ବା ଶିଖାଉଥିବା ମୋନାଲିସା ପ୍ରକାଶ କରିଛନ୍ତି।