ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଚାଲୁଥିବା ରାମାୟଣ ଏକ୍ସପ୍ରେସ ଏଥର ଡିସେମ୍ବର ୧୨ରେ ଚାଲିବ। ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଆରମ୍ଭ ହୋଇ ଏହି ଟ୍ରେନ ରାମେଶ୍ୱରମ୍ ପର୍ଯ୍ୟନ୍ତ ଚାଲିବ। ଏଥିସହିତ ତେଲେଙ୍ଗାନାର ଭଦ୍ରାଚଳମକୁ ନୂଆ ଡେଷ୍ଟିନେସନ ସ୍ଥାନ ରୂପେ ଯୋଡ଼ା ଯାଇଛି।
ଚଳିତ ବର୍ଷ ରାମାୟଣ ଏକ୍ସପ୍ରେସରେ ଅନେକ ନୂଆ ଫିଚର ଯୋଡ଼ା ଯାଇଛି। ଏଥର ଏହା ଏକ ଡୀଲକ୍ସ ଏସି ଟ୍ରେନ ରୂପେ ଚଳାଚଳ ହେବ ଯେଉଁଥିରେ କେଟରିଙ୍ଗ ଷ୍ଟାଫ ଓ ୱେଟରଙ୍କ ଲାଗି ନୂଆ ଡ୍ରେସ କୋର୍ଡ ମଧ୍ୟ ସାମିଲ କରାଯିବ। ଏମାନେ ନାରଙ୍ଗୀ ରଙ୍ଗର ପଗଡ଼ି ମଧ୍ୟ ପିନ୍ଧିବେ ବୋଲି ଜଣାପଡ଼ିଛି।