ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜାମୁଟ ଛକରେ ପୁଲିସ ୭ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବରପାଲି ଥାନା ପିକିନିପାଳି ଗ୍ରାମର ଭୋଳାନାଥ ବେହେରା(୫୪) ଓ ସୁଧୀର କୁମାର(୪୪)। ମିଳିଥିବା ରିପୋର୍ଟ ମୁତାବକ, ପୁଲିସ ପେଟ୍ରୋଲିଂ କରୁଥିବାବେଳେ ୨ଜଣ ବ୍ୟକ୍ତିଙ୍କୁ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ କରିବା ସମୟରେ ଗାଡ଼ିରୁ ୭କେଜି ୧୫୦ଗ୍ରାମ ଗଞ୍ଜେଇ ମିଳିଥିଲା। ଗିରଫ ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୁରେଶ ପ୍ରଧାନ ସୂଚନା ଦେଇଛନ୍ତି।ନାଲିସା ପ୍ରକାଶ କରିଛନ୍ତି।