ପାଟଣାଗଡ ପୁଲିସ ଦ୍ୱାରା ବିପୁଳ ପରିମାଣରେ ମଦ ଜବତ, ୫ ଗିରଫ

ପାଟଣାଗଡ,ଏନ୍ଏନ୍ଏସ୍: ଗତ ୨ ଦିନରେ ପାଟଣାଗଡ଼ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି। ପାଟଣାଗଡ ଥାନା ଅଧିକାରୀ ଅନନ୍ତ ପ୍ରଧାନ କିଛି ଦିନ ପାଇଁ ଛୁଟିରେ ଥିବାରୁ ତାଙ୍କ ସ୍ଥନାରେ ଏକ ଅସ୍ଥାୟୀ ଭାବେ ନୂତନ ଥାନା ଅଧିକାରୀ ସଞ୍ଜିବ ପ୍ରଧାନ ଯୋଗଦେଇଛନ୍ତି।

ଥାନା ଅଧିକାରୀ ସଞ୍ଜିବ ପ୍ରଧାନଙ୍କ ନେତୃତ୍ୱରେ ୨ ଦିନ ହେବ ପାଟଣାଗଡ଼ର ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ଉ କରାଯାଉଛି। ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏହି ଚଢ଼ଉ ସମୟରେ ଥାନାରେ ସେକେଣ୍ଡ ଅଫିସର ବିଦେଶୀ ପ୍ରଧାନ, ଏଏସଆଇ ସୁଦର୍ଶନ ଦୋରା ପ୍ରମୁଖ ସାମିଲ ଥିଲେ।