ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏମଏସପି ଉପରେ ମଧ୍ୟ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। ଫଳରେ କୃଷକ ଭାଇ ତୁରନ୍ତ ଆନ୍ଦୋଳନ ଶେଷ କରି ଘରକୁ ଫେରିବେ। ଏହି ଆନ୍ଦୋଳନ ସମୟରେ ସହିଦ ହୋଇଥିବା ୭୦୦ କୃଷକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଉଲ୍ଲେଖ କରାଯାଇଛି। ଉକ୍ତ ଚିଠିରେ ବରୁଣ ଲଖୀମପୁର ଖୀରୀ ହିଂସା ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଥିସହିତ ମାମଲା ସହ ଜଡ଼ିତ ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ଲେଖିଛନ୍ତି।
ସୂଚନାଯୋଗ୍ୟ, ବରୁଣ ଗାନ୍ଧୀ ଲଗାତାର ଭାବେ କୃଷକଙ୍କ ପ୍ରସଙ୍ଗ ଉଠାଇଥାନ୍ତି। କୃଷକଙ୍କ ସମର୍ଥନରେ ଟ୍ୱିଟ୍ ମଧ୍ୟ କରୁଥିଲେ।