ଅମରାବତୀ: ଶାସନକୁ ନ ଫେରିବା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ବିଧାନସଭାରେ ପାଦ ଦେବିନି। ଏଭଳି କିଛି ସଙ୍କଳ୍ପ ନେଇଛନ୍ତି ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାୟଡ଼ୁ । ଭାବବିହ୍ୱଳ ହୋଇ ନାୟଡୁ ସଦନରେ କହିଛନ୍ତି ଯେ, ଶାସନରେ ଥିବା ୱାଇଏସଆର କଂଗ୍ରେସ ସଦସ୍ୟ ତାଙ୍କ ପାଇଁ ବ୍ୟବହାର କରୁଥିବା ଅପଶଦ୍ଦ ଯୋଗୁୁ ସେ ଖୁବ୍ ମର୍ମାହତ।
ଚନ୍ଦ୍ରବାବୁ ନାୟଡୁ ଆହୁରି କହିଛନ୍ତି ଯେ, ଗତ ଅଢ଼େଇ ବର୍ଷରୁ ମୁଁ ଅପମାନ ସହି ବି ଶାନ୍ତ ରହିଛି। ଆଜି ସେମାନେ ମୋ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ କଲେ। ମୁଁ ସର୍ବଦା ସମ୍ମାନ ପାଇଁ ଓ ସମ୍ମାନ ସହ ରହିଛି। ମୁଁ ଏହି ଅପମାନ କିନ୍ତୁ ଆଉ ସହ୍ୟ କରିପାରିବିନି।
ସୂଚନାଯୋଗ୍ୟ, ବିଧାନସଭା ଅଧ୍ୟକ୍ଷ ତମ୍ମିନେନୀ ସୀତାରାମ ଚନ୍ଦ୍ରବାବୁ ନାୟଡୁଙ୍କ ମାଇକରୁ ସମ୍ପର୍କ କାଟି ଦେବା ପରେ ମଧ୍ୟ ସେ କହିବା ଜାରି ରଖିଥିଲେ। ଅନ୍ୟପଟେ କ୍ଷମତାଧାରୀ ଦଳର ସଦସ୍ୟମାନେ ନାୟଡୁଙ୍କ ବୟାନକୁ ନାଟକ ବୋଲି କହିଛନ୍ତି।