ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୪ଟି ସ୍ଥାନରେ ଏକାକାଳୀନ ଚଢ଼ଉ

ନୟାଗଡ଼,ଏନ୍ଏନ୍ଏସ୍: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ନୟାଗଡ଼ ରଣପୁର ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ ହୋଇଥିବା ଜଣାପଡ଼ିଛି। ୪ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଚଢଉ କରିଥିବା ଜଣାପଡ଼ିଛି।

ନୟାଗଡ ସମେତ ଖୋର୍ଦ୍ଧା ଓ ଢେଙ୍କାନାଳରେ ମଧ୍ୟ ଚଢଉ ଜାରି ରହିଛି। ୪ଟି ଟିମ୍‌ରେ ୪ ଜଣ ଡିଏସ୍‌ପି, ୮ ଇନସ୍ପେକ୍ଟର ଚଢଉରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି।