ନୂଆଦିଲ୍ଲୀ,ଏଜେନ୍ସି: କନ୍ନଡ ସିନେମା ସୁପରଷ୍ଟାର ସ୍ୱର୍ଗତ ଅଭିନେତା ପୁନିତ ରାଜକୁମାରଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ। ଏହି ଅଭିନେତାଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଘୋଷଣା କରିଛନ୍ତି। ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନରେ ଅଭିନେତା ଦଶମ ବ୍ୟକ୍ତି ହେବେ।
ବୋମ୍ମାଇ ସ୍ୱର୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ‘ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ସେ ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ସିଏମ ଏହା ମଧ୍ୟ କହିଛନ୍ତି ଯେ ଅଭିନେତାଙ୍କ ନାମକୁ ଅମର କରିବା ପାଇଁ ଅନେକ ପରାମର୍ଶ ଆସିଛି। ସରକାରଙ୍କ ଇଚ୍ଛା ମଧ୍ୟ ସମାନ। ତାଙ୍କର ଅନ୍ତିମ ବିଶ୍ରାମ ସ୍ଥଳ ତାଙ୍କ ପିତାମାତା ଡକ୍ଟର ରାଜକୁମାର ଏବଂ ପାର୍ବତମା ରାଜକୁମାରଙ୍କ ପରି ବିକଶିତ ହେବ।