ନୂଆଦିଲ୍ଲୀ,ଏଜେନ୍ସି: ବିଷ ବଳୟରେ ରାଜଧାନୀ। ଧୂଆଁ ଧୂଆଁ ପରିବେଶ। ଅଣନିଶ୍ୱାସୀ ରାଜଧାନୀ ବାସୀ। ଫଳରେ ଦିଲ୍ଲୀ-ଏନସିଆରର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡିକ ବାୟୁ ପ୍ରଦୂଷଣ ହେତୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏପରିକି ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ -୧୯ ମହାମାରୀ ହେତୁ ସ୍କୁଲ କଲେଜ ବନ୍ଦ ରହିଥିଲା। ହେଲେ ସ୍ଥିତି ବଦଳିବା ପରେ ଖୋଲିବା ଆରମ୍ଭ ହୋଇଥିଲା।
ଏବେ ପୁଣିଥରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନଲାଇନ୍ ଶିକ୍ଷା ଧାରାକୁ ଫେରିବେ। କାରଣ ଦିଲ୍କୀ ପ୍ରଦୂଷଣ ପାଇଁ ପୁଣିଥିରେ ଏଠାକାର ଲୋକେ ତାଲାବନ୍ଦର ସମ୍ମୁଖୀନ ହେବେ। ବୈଠକରେ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ କରାଯାଇଛି । ନଭେମ୍ବର ୨୨ ରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବେ। ସିଏକ୍ୟୁଏମ୍ ଦ୍ୱାରା ଜାରି କରାଯାଇଥିବା ଏକ ନଅ ପୃଷ୍ଠାର ଆଦେଶରେ, ଏନସିଆର ସରକାରଗୁଡିକ (ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ) ନଭେମ୍ବର ୨୧ସୁଦ୍ଧା ଅତି କମରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି।
ଶିକ୍ଷାନୁଷ୍ଠାନ ବନ୍ଦ କରିବା ବ୍ୟତୀତ, ଦିଲ୍ଲୀ-ଏନସିଆରରେ ସରକାରୀ କାର୍ଯ୍ୟାଳୟରେ ଅତି କମରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନଭେମ୍ବର ୨୧ ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦେବାକୁ ସିଏକ୍ୟୁଏମ୍ ନିର୍ଦ୍ଦେଶ ଦେଇଛି। ବେସରକାରୀ ପ୍ରତିଷ୍ଠାନଗୁଡିକ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରାଯିବା ଉଚିତ ଯାହା ଦ୍ୱାରା ଯାନବାହନ ପ୍ରଦୂଷଣ ହ୍ରାସ ହୋଇପାରିବ।