ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୨୮ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୯୮ ଜଣ ଲୋକାଲ୍ କେସ୍ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୩ ଜଣ ପଜିଟିଭ ରହିଛନ୍ତି। ଅନ୍ୟପଟେ କରୋନାରେ ଆଜି ଆଉ ୨ ଜଣ ପ୍ରାଣ ହରାଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୮୮ରେ ପହଞ୍ଚିଛି। ସେଥିରୁ ୨,୬୫୭ଟି ଆକ୍ଟିଭ କେସ୍ ରହିଥିବା ବେଳେ ୧୦ ଲକ୍ଷ ୩୪ ହଜାର ୯୯୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏଥିସହ ୮ ହଜାର ୩୮୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି।