କଟକ,ଏନ୍ଏନ୍ଏସ୍: ମାଓ ମୁକାବିଲା ନେଇ ଓଡିଶା ଓ ଛତିଶଗଡ଼ ପୁଲିସର ଗୁରୁତ୍ୱବପୂର୍ଣ୍ଣ ବୈଠକ। ମଙ୍ଗଳବାର ଭର୍ଚୁଆଲରେ ଦୁଇ ରାଜ୍ୟର ପୁଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏଥିରେ ଉଭୟ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ଅନେକ ବରିଷ୍ଠ ପଦାଧିକାରୀ ସାମିଲ ହୋଇଛନ୍ତି।
ବିଶେଷକରି ମାଓ ଗତିବିଧି ଓ ଅନ୍ତଃରାଜ୍ୟ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଦିନକୁ ଦିନ ଓଡିଶା ଓ ଛତିଶଗଡ ସୀମାରେ ମାଓବାଦୀ ସକ୍ରିୟ ହେଉଛନ୍ତି। ମିଳିତ ଭାବେ ଏହାର ମୁକାବିଲା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଅନ୍ୟାନ୍ୟ ଅପରାଧିକ ମାମଲାରେ ଉଭୟ ରାଜ୍ୟର ପୁଲିସ ମିଳିତ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।