ହାଇୱେ ପାଲଟିଲା ଫ୍ଲାଇୱେ: ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ପରାକ୍ରମ ଦେଖାଉଛନ୍ତି ଭାରତୀୟ ବାୟୁ ସେନା

ଲଖନଉ,ଏଜେନ୍ସି: ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବା ପରେ ଏହି ଏକ୍ସପ୍ରେସ ୱେରେ ଆରମ୍ଭ ହୋଇଛି ବାୟୁ ସେନାର ଏୟାର ସୋ। ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ସବୁଠାରୁ ବଡ଼ ବିଶେଷ୍ୱତ ହେଉଛି ଏଠାରେ ଜରୁରୀକାଳୀନ ସମୟରେ ଯୁଦ୍ଧ ଓ ଅନ୍ୟ ବିମାନ ମଧ୍ୟ ଅବତରଣ କରାଯାଇପାରିବ । ପ୍ରତିରକ୍ଷା କ୍ଷେତ୍ରରେ ଏହି ଏକ୍ସପ୍ରେସ ୱେ ମଧ୍ୟ ଅନେକ ଅବଦାନ ଦେବାକୁ ଯାଉଛି।

ବାୟୁ ସେନାର ପ୍ରାୟ ସମସ୍ତ ଲଢୁଆ ବିମାନ ଏବେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ନିଜ ପରାକ୍ରମ ପ୍ରଦର୍ଶନ କରୁଛନ୍ତି। ସୁଖୋଇ, ମିରାଜ ଓ ଜାଗ୍ୱାର ଭଳି ଶକ୍ତିଶାଳୀ ଲଢୁଆ ବିମାନ ମାନଙ୍କ ଗର୍ଜନରେ ଏବେ କମ୍ପି ଉଠୁଛି ପୁରା ଉତ୍ତର ପ୍ରଦେଶ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ତିଆରି ହୋଇଥିବା ଏୟାରଷ୍ଟ୍ରିପରେ ‘ଟଚ୍ ଆଣ୍ଡ ଗୋ’ ଅପରେସନସ୍ କରୁଛନ୍ତି ଭାରତୀୟ ବାୟୁ ସେନାର ଲଢୁଆ ବିମାନ।