ଦେବଗଡ଼ରେ ଜାତୀୟ ପ୍ରେସ ଦିବସ ପାଳିତ ଜିଲ୍ଲା By Nitidin On Nov 17, 2021 Share ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସନ୍ତ ନିବାସ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ଜିଲ୍ଲାର ବିକାଶରେ ସ୍ଥାନୀୟ ସାମ୍ବାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରି ଗଠନ ମୂଳକ ଖବର ପରିବେଷଣ ସହ ସମସ୍ତେ ଲକ୍ଷ୍ମଣ ରେଖା ମଧ୍ୟରେ ରହି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଅଶୋକ ନନ୍ଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ମୁଖ୍ୟବକ୍ତା ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଅତୁଲ୍ୟ କୁମାର ପୂଜାରୀ ଯୋଗଦେଇ “ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ, ଏକ ନୂତନ ଆହ୍ବାନ” ବିଷୟବସ୍ତୁ ସନ୍ଦର୍ଭରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଥେଶ ଗୁରୁ, ପ୍ରମୁଖ ଆଲୋଚନା ଚକ୍ରରେ ନିଜନିଜ ମତ ପ୍ରକାଶ କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକା ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର ,ବିଜୟ କୁମାର ମୋଦୀ, ବ୍ରିଜେଶ ରଞ୍ଜନ ସାହୁ, ପ୍ରତାପ କିଶୋର ନାୟକ, ଅନୁଜ କୁମାର ପ୍ରଧାନ, ଶଶାଙ୍କ ଶେଖର ଝାଙ୍କର, ସଂଜୀବ କୁମାର ପାଣିଗ୍ରାହୀ, ନିର୍ମାଲ୍ୟ ସାହୁ, ତରୁଣ କୁମାର ସାହୁ, ଗଣନାଥ ମହାପାତ୍ର, ପୁଷ୍ପାଞ୍ଜଳି ବେହେରା, ଆର୍ତ୍ତତ୍ରାଣ ପ୍ରଧାନ, ପ୍ରଣବ କୁମାର ଦେବ, ମନୋଜ କୁମାର ବେହେରା, ନବ କିଶୋର ମହାପାତ୍ର, ତରୁଣ କୁମାର ସାହୁ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ, ଜିଲ୍ଲା ବିଜେଡ଼ି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସମେତ ବହୁ ସରକାରୀ ପଦାଧିକାରୀ, ଦେବଗଡ଼ ସଦର, ରିଆମାଳ, ବାରକୋଟ ତିଳେଇବଣି ବ୍ଳକର ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ଜିଲାପାଳ ପ୍ରଦାନ କରିଥିଲେ। Share