ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ବେପାରୀ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର। ହ୍ବାଇଟ୍ ସ୍ପାଇଡରକୁ ପୁଣି ମିଳିଲା ବଡ ସଫଳତା। ବ୍ରାଉନସୁଗାର ବେପାର ଅଭିଯୋଗରେ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୁଲିସ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ବରରୁ ଜବତ ହେଲା ବ୍ରାଉନସୁଗାର। ଜବତ ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବ୍ରାଉନସୁଗାର ବେପାର ଅଭିଯୋଗରେ ବେପାରୀ କ୍ଷୀରୋଦ ସାହୁକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୁଲିସ। ଏ ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।