ଜିଏସଟି ବିଭାଗର ତନାଘନା ପରେ ଜୋରିମାନା

ସଇଁନ୍ତଳା: ଗତକାଲି ଦ୍ୱିପ୍ରହର ସମୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଏକ ପିକଅପ ଭ୍ୟାନକୁ ଅଟକ ରଖିଥିଲ। ମିଳିଥିବା ରିପୋର୍ଟ ମୁତାବକ, ଗାଡ଼ି ଡ୍ରାଇଭର ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟ ସାମଗ୍ରୀର ବିଲ ଦେଖାଇଥିଲେ ମଧ୍ୟ ଏଥିରେ ଅଧିକ ମୂଲ୍ୟର ସାମଗ୍ରୀ ରହିଥିବା ସନ୍ଦେହରେ ପୁଲିସ ମାମଲାକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିଲା। ଆଜି ବଲାଙ୍ଗିର ଜିଏସଟି ବିଭାଗର ଅଧିକାରୀମାନେ ଡ୍ରାଇଭର ଏବଂ ଜଣେ ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲେ। ତେବେ ଟିଟିଲାଗଡ଼ ଥାନାରେ ବିଭାଗୀୟ ଅଧିକାରୀମାନେ କିଛି ଲୋକଙ୍କ ସହାୟତାରେ ଗାଡ଼ିର ମାଲକୁ ଅନଲୋଡ ମଧ୍ୟ କରିଛନ୍ତି। ଗାଡ଼ିରେ ଅଧିକାଂଶ ସାମଗ୍ରୀ ଆଇଟିସି କମ୍ପାନୀର ମୋଟା ଅଙ୍କର ସିଗାରେଟ, ଅଟା, ନୁଡଲସ ଇତ୍ୟାଦି ରହିଥିଲା। କିଛି ସାମଗ୍ରୀର ବିଲ ରହିଥିବାବେଳେ ସିଗାରେଟ ଭଳି ସାମଗ୍ରୀର ବିଲ ନଥିବାରୁ ଭବାନୀପଟଣାର ଆଇଟିସି ହୋଲସେଲ ବିକ୍ରେତାକୁ ବିଭାଗ ପ୍ରାୟ ୯୭,୩୪୪ ଟଙ୍କା ଜୋରିମାନା କରିଛି।