ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମାରବତୀ ସମେତ ୫ଟି ସ୍ଥାନରେ ହୋଇଥିବା ହିଂସା ଯୋଗୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ସିସିଟିଭି ଫୁଟେଜ ମାଧ୍ୟମରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଗିରଫ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ନାମରେ ଏଫଆଇଆର ଦାୟର ହୋଇଛି। ଅନ୍ୟପଟେ ମାଲେଗାଁଓରେ ହିସାଂ କରିଥିବା ୧୦, ନାନ୍ଦଡ଼େରୁ ୫ ଓ ଅମରାବତୀରୁ ୧୦ଜଣଙ୍କୁ ଗିରଫ କରାଯାଇଛି। ହିଂସାକୁ ଦୃଷ୍ଟିରେ ରଖି ଅମରାବତୀରେ କର୍ଫ୍ୟୁ ଜାରି ହୋଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଜୁମ୍ମା ନମାଜ ପାଠ ପରେ ନାନ୍ଦଡ଼େ, ନାସିକ, ମାଲଗାଁଓ, ଅମରାବତୀ ଓ ବାଶିମରେ ଆକ୍ରମଣକାରୀମାନେ ପୁଲିସକୁ ପଥର ମାଡ଼ କରିବା ସହ ଦୋକାନ ଓ ଗାଡ଼ି ମୋଟର ଭଙ୍ଗାରୁଜା କରିଥିଲେ। ତ୍ରିପୁରାର ଏକ ମସଜିଦରେ କଥିତ ରୂପେ ଭଙ୍ଗାରୁଜା ଖବର ମିଳିବା ପରେ ଏହି ଘଟଣା ଘଟିଥିଲା। କିନ୍ତୁ ତ୍ରିପୁରାର କୌଣସି ମସଜିଦରେ କିଛି କ୍ଷତି ହୋଇନଥିବା ସରକାର ସ୍ପଷ୍ଟ କରିଥିଲେ। ତ୍ରିପୁରା ମସଜିଦରେ ଭଙ୍ଗାରୁଜା ହୋଇଥିବା ମିଛ ଖବର କିଏ ଏବଂ କେଉଁ ଉଦ୍ଦେଶ୍ୟରେ ପ୍ରଚାର କରିଥିଲା ସେନେଇ ତ୍ରିପୁରା ପୁଲିସ ଯାଞ୍ଚ ଜାରି ରଖିଛି।