ଡାକ୍ତରଖାନାରେ ମଦ୍ୟପଙ୍କ ଉନ୍ମକ୍ତ କାଣ୍ଡ

ଧର୍ମଗଡ଼,ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଦୁଇଜଣ ମଦ୍ୟପଙ୍କ ଗୋଡ ଖଣ୍ଡିଆ ହୋଇଥିବା ନେଇ ଆସି ଚିକିତ୍ସାଳୟରେ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି। ସୂଚନା ଅନୁଯାୟୀ ୨ଯୁବକଙ୍କ ଗୋଡ଼ ଖଣ୍ଡିଆ ହୋଇଯାଇଥିବା ନେଇ ଚିକିତ୍ସା ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ୨ଜଣ ମଦ୍ୟପ ଗୋଡ଼ ଖଣ୍ଡିଆ ହୋଇଥିବା ଯୋଗୁଁ ଡାକ୍ତରଙ୍କ ପାଖକୁ ଚିକିତ୍ସା ନିମନ୍ତେ ଆସିଥିଲେ। ଡାକ୍ତରଙ୍କୁ ଦେଖା କରିବା ପରେ ଡାକ୍ତର ଇଞ୍ଜେକ୍ସନ ନେବା ପାଇଁ କହିଥିଲେ। ତେବେ ଜଣେ ମଦୁଆ ଇଞ୍ଜେକ୍ସନ ନେବା ସମୟରେ ଆଉ ଜଣେ ମଦୁଆ ଏହାର ଭିଡିଓ କରିଥିଲେ। ତେବେ ଏହାକୁ ଡାକ୍ତରଖାନା କର୍ମଚାରୀ ବିରୋଧ କରିବାରୁ ମଦୁଆ ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପରେ ସେମାନେ ମଦ ପିଇ ଚିକିତ୍ସାଳୟକୁ ଆସିଥିଲେ। ସେହି ସମୟରେ ଡ୍ୟୁଟିରେ ଥିବା ୨ଜଣ ନର୍ସଙ୍କୁ ଧକ୍କା ଦେବା ସହିତ ଚିକିତ୍ସାଳୟରେ ଥିବା ସମସ୍ତ ଔଷଧ ପତ୍ରକୁ ଫିଙ୍ଗି ଦେଇଥିଲେ। ଏନେଇ ଡାକ୍ତର ଓ ସମସ୍ତ କର୍ମଚାରୀ ପୁଲିସକୁ ଖବର ଦେବା ପରେ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୨ଜଣ ମଦୁଆଙ୍କୁ ଧରି ଥାନାକୁ ଆଣି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।