କାଳିଆର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

କଟକ,ଏନ୍ଏନ୍ଏସ୍: କଟକ ଏସସିବିରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ଚିକିତ୍ସା ପାଇଁ ଗତକାଲି ରାତିରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଛି। ସ୍ୱତନ୍ତ୍ର ୱାର୍ଡରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା କାଳିଆର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ତେବେ କାଳିଆର ଛାତିରେ କଫ ଜମି ଯାଇଥିବାରୁ ସେ ଯନ୍ତ୍ରଣା ଅନୁଭବ କରୁଥିଲା। ବର୍ତ୍ତମାନ ତା’ର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଏସ୍‌ସିବି ମେଡ଼ିକାଲ କଲେଜର ପ୍ରିନ୍ସିପାଲ ସୂଚନା ଦେଇଛନ୍ତି। କାଳିଆ ଚିକିତ୍ସା ପ୍ରସଙ୍ଗକୁ ନେଇ ଶୁକ୍ରବାର ଏସସିବିରେ ଡାକ୍ତରୀ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାଯାଇଛି।