ଓଡ଼ିଶା ମୋ’ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ରକ୍ତ ଭଣ୍ଡାରରେ ଓଡିଶା ମୋ’ ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ’ ପରିବାର ବଲାଙ୍ଗିର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିରରେ ସ୍ୱେଛାସେବୀ ଯୁବକ ଓ ବିଜେଡି କର୍ମୀ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ରକ୍ତ ଅଭାବରୁ ଯେମିତି ଜଣେ ବି ଲୋକଙ୍କ ଜୀବନ ନଯାଏ ତାହା ଓଡିଶା ମୋ’ ପରିବାରର ଲକ୍ଷ ରହିଛି। ସେ ଉଦ୍ଦେଶ୍ୟ ନେଇ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଓଡିଶା ମୋ’ ପରିବାରର ଏହି ମିଶନ ଯୋଗୁଁ ଆଜି ରାଜ୍ୟର କୌଣସି ସ୍ଥାନରେ ରୋଗୀ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡୁନାହାନ୍ତି ବୋଲି ଓଡ଼ିଶା ମୋ’ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି।