ଅବକାରୀ ବିଭାଗ ଚଢ଼ଉରେ ୫୦ ଲିଟର ଦେଶୀ ମଦ ଜବତ, ୨ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ଉ କରି ୫୦ ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଧଅରାଦାଦର ଗ୍ରାମର ସୁବାସ ଛତ୍ରିଆ ଓ ଯୋଗେଶ୍ୱର ବାଗ। ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ବିଭାଗର ଏସପିଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦେଶୀ ରନ୍ଧା ମଦ ସମ୍ପର୍କରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲେ। ପରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧଅରାଦାଦର ଗ୍ରାମରେ ଚଢ଼ଉ କରି ୫୦ ଲିଟର ଦେଶୀ ରନ୍ଧା ମଦ ସହ ମଦ ରନ୍ଧା ସାମଗ୍ରୀ ଜବତ କରିଥିଲେ। ଚଢ଼ଉ ସମୟରେ ପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ାଙ୍କ ସହ ଡି ବାରିକ, ବି ସେଠୀ ଓ ଗୋଲମତୀ ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି।