ପୁରୀ,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଚାଷୀଙ୍କ ପାଇଁ ୩୩ କୋଟି ଟଙ୍କାର କାଳିଆ ସହାୟତା ରାଶି ଘୋଷଣା କରିଛନ୍ତି। ଫଳରେ ଜିଲ୍ଲାର ୧ଲକ୍ଷ ୬୫ହଜାର ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ମିଳିବ। ସେପ୍ଟେମ୍ବରରେ ପୁରୀକୁ ଛାଡ଼ି ସାରା ରାଜ୍ୟର ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିଲା। ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀଙ୍କୁ ସହାୟତା ମିଳିନଥିଲା। ତାହା ଏବେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।