ଜମ୍ମୁ-କଶ୍ମୀର ସୈନିକଙ୍କ ଦୀପାବଳୀ ପାଳିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ଜମ୍ମୁ-କଶ୍ମୀରରେ ସୈନିକଙ୍କ ସହ ଦୀପାବଳି ପାଳିବେ। ରାଜୋରୀ ଜିଲ୍ଲାର ନୈଶେରାରେ ସୈନିକଙ୍କ ସହ ମୋଦୀ ଦୀପାବଳି ପାଳିପାରନ୍ତି। କାରଣ ଶେଷ ମୁହୂର୍ତ୍ତରେ ମୋଦୀଙ୍କ ଦୀପାବଳି ପାଳିବା ସ୍ଥାନ ବଦଳିପାରେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ବର୍ଷ ସୈନିକଙ୍କ ସହ ଦୀପାବଳି ପାଳିବା ପାଇଁ ଦେଶର କିଛି ସୀମାକୁ ଗସ୍ତ କରିଥାନ୍ତି। ଏହି ଅବସରରେ ସୈନିକଙ୍କ ସହ ସମୟ ବିତାଇବା ସହ ମିଠା ବାଣ୍ଟିଥାନ୍ତି। ମୋଦୀ ପୂର୍ବରୁ ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ଅନ୍ୟ ଜାଗାରେ ସୈନିକଙ୍କ ସହ ଦୀପାବଳୀ ପାଳିଛନ୍ତି। ଗତବର୍ଷ ଧାରା ୩୭୦ ହଟିବା ପରେ ପ୍ରଥମଥର ପାଇଁ ଦୀପାବଳିରେ ଜମ୍ମୁ-କଶ୍ମୀର ପହଂଚିଥିବା ମୋଦୀ ରଜୋରୀ ଜିଲ୍ଲାରେ ସୈନିକଙ୍କୁ ଭେଟିଥିଲେ।