ଷ୍ଟ୍ୟାଚୁ ଅଫ୍‌ ୟୁନିଟିରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ, ପ୍ରଧାନମନ୍ତ୍ରୀ ମୋଦୀ କରିବେ ସମ୍ବୋଧିତ

କେୱାଡିଆ,ଏଜେନ୍ସି: ଦେଶବ୍ୟାପୀ ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜୟନ୍ତୀ ପାଳନ କରାଯାଉଛି। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେୱାଡିଆସ୍ଥିତ ନର୍ମଦା ନଦୀ କୂଳରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ମୂର୍ତ୍ତି ଷ୍ଟ୍ୟାଚୁ ଅଫ ୟୁନିଟି ସ୍ଥଳରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଏକତା ପରେଡ ହେବ। ଏହି ପରେଡରେ ରାଜ୍ୟ ପୁଲିସ ସାମିଲ ହେବେ। ଏଥି ସହିତ ସିଆଇଏସଏଫ ଓ ବିଏସ୍‌ଏଫ ଯବାନମାନେ ମଧ୍ୟ ଯୋଡ଼ି‌ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂରା ଦେଶରେ ପାଳନ କରାଯାଉଛି। ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।