ଦୁବାଇ,ଏଜେନ୍ସି: ଆଇସିସି ଟି-୨୦ ବିଶ୍ୱକପ୍ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଦୁବାଇସ୍ଥିତ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଏହି ମୁକାବିଲା ହେବ। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ୧୦ ୱିକେଟରେ ହାରିଥିଲା। ସେହିଭଳି ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ ଜିତିବାକୁ ଶତପ୍ରତିଶତ ଚେଷ୍ଟା କରିବ।
ଭାରତୀୟ ଟିମ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ/ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର, ଭୁବନେଶ୍ୱର କୁମାର/ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମୀ, ଯଶପ୍ରୀତ ବୁମ୍ରା।
ନ୍ୟୁଜିଲାଣ୍ଡ ଟିମ୍: କେନ୍ ୱିଲିୟମ୍ସନ (ଅଧିନାୟକ), ଟିମ୍ ସିଫର୍ଟ (ୱିକେଟକିପର), ମାର୍ଟିନ ଗୁପଟିଲ, ଡାରୀଲ ମିଚେଲ, ଜିମି ନୀଶମ, ଡେଭୋନ କୋନୱେ, ଗ୍ଲେନ ଫିଲିପ୍ସ, ମିଚେଲ ସଣ୍ଟନର, ଈଶ ସୋଢ଼ୀ, ଟିମ୍ ସାଉଦୀ, ଟ୍ରେଣ୍ଟ ବୋଲ୍ଟ, ଆଦାମ ମିଲନେ, ଟୋଡ ଆଷ୍ଟଲେ, ମାର୍କ ଚାମ୍ପନ।