ଦିଲ୍ଲୀରେ ଭାରତ ଓ ସାଉଦିଆରବର ବୈଦେଶିକ ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ସାଉଦିଆରବର ବୈଦେଶିକ ମନ୍ତ୍ରୀ ଫେସଲ ବିନ ଫରହାନଙ୍କ ସହିତ ଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା ହୋଇଛି। ବିଶେଷ କରି ଆଫଗାନିସ୍ତାନରେ ଉପୁଜିଥିବା ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଛି।

ସାଉଦିଆରବର ବୈଦେଶିକ ମନ୍ତ୍ରୀଙ୍କ ସହ ଏସ ଜୟଶଙ୍କର ନିଜର ଏକ ଫଟୋ ଟୁଇଟରେ ପୋଷ୍ଟ କରି ଲେଖିଛନ୍ତି କି, ପ୍ରଥମଥର ପାଇଁ ଆସିଥିବା ସାଉଦିଆରବର ବୈଦେଶିକ ମନ୍ତ୍ରୀଙ୍କ ସ୍ୱାଗତ କରି ବହୁତ ଖୁସି ଲାଗିଲା। ତାଙ୍କ ସହିତ ଅନେକ ବାଣିଜ୍ୟ ଓ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆମ ମଧ୍ୟରେ ରଣନୀତି ବୁଝାମଣା, ସୁରକ୍ଷା ଓ ସାମାଜିକ-ସାଂସ୍କୃତିକ ସହଯୋଗ ଉପରେ ଚର୍ଚ୍ଚା ହୋଇଛି। ସେହିପରି ଆଫଗାନିସ୍ତାନ ସୀମାରେ ଭାରତର-ପ୍ରଶାନ୍ତର ସ୍ଥିତି ଉପରେ ଆଲୋଚନା ମଧ୍ୟ ହୋଇଛି ବୋଲି କହିଛନ୍ତି।