ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂ, ପଞ୍ଜାବକୁ ମିଳିଲା ପ୍ରଥମ ଦଳିତ ସିଏମ୍

ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ଏବେ ଚାଲିବ ନୂଆ ସିଏମଙ୍କ ରାଜୁତି। ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚରଣଜୀତ ସିଂହ ଚନ୍ନି। କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି।

ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଶପଥଗ୍ରହଣ ପୂର୍ବରୁ ଚରଣଜୀତ ଏକ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିଥିଲେ। ପୂର୍ବରୁ ଚରଣଜୀତ ଅମରିନ୍ଦର ସିଂହଙ୍କ ସରକାରରେ ସେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ। ରବିବାର କଂଗ୍ରେସର ପଞ୍ଜାବ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଥିଲେ ଯେ, ପଂଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସାଧାରଣ ଲୋକଙ୍କ ଅନୁସାରେ ରାଜ୍ୟରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର ବୋଲି ସେ କହିଥିଲେ ।