ଋଷ ଓ ଆମେରିକା ଗସ୍ତରେ ଯିବେ ବିପିନ ରାୱତ୍, ସିଡିଏସ ହେବା ପରେ ଏହା ପ୍ରଥମ ବିଦେଶ ଗସ୍ତ ହେବ

ନୂଆଦିଲ୍ଲୀ,ଏଜେନ୍ସି: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାୱତ ଅତିଶୀଘ୍ର ଆମେରିକା ଓ ଋଷ ଗସ୍ତରେ ଯିବେ। ଏପର୍ଯ୍ୟନ୍ତ ଏନେଇ ତାରିଖ ଘୋଷଣା ହୋଇନଥିବା ବେଳେ ଆଗାମୀ ସପ୍ତାହ ଭିତରେ ସେ ଋଷ ଗସ୍ତରେ ଯାଇପାରନ୍ତି ବୋଲି କୁହାଯାଉଛି। ଏହା ପରେ ସେଠାରୁ ହିଁ ସେ ଆମେରିକା ଗସ୍ତରେ ଯିବେ। ତେବେ ସିଡିଏସ ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ୨୦୧୯ରେ ସିଡିଏସ ପଦରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

ବିପିନ ରାୱତଙ୍କ ବିଦେଶ ଗସ୍ତ ସମ୍ପର୍କରେ ରକ୍ଷା ବିଭାଗର ଏକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଋଷର ସଂଘାଇ ସହଯୋଗ ବୁଝାମଣାର ସଦସ୍ୟ ସିଡିଏସ ରାଙ୍କର ଅଧିକାରୀଙ୍କ ଏକ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ଭାଗ ନେବାକୁ ବିପିନ ରାୱତ ଋଷ ଯିବେ। ଏହି ସମ୍ମିଳନୀରେ ଚୀନ, ପାକିସ୍ତାନ ଓ ଆଫଗାନିସ୍ତାନର ସଦସ୍ୟ ମଧ୍ୟ ସାମିଲ ହେବେ।