ଗଞ୍ଜାମ,ଏନ୍ଏନ୍ଏସ୍: ଆଜି ସକାଳୁ ଏକ ଅଘଟଣ ଘଟିଯାଇଛି। ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ଗାଁରେ। ସ୍ତ୍ରୀର ମୃତଦେହ ତଳେ ପଡ଼ିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ଦମ୍ପତି ଏପରି ଘଟଣା ଘଟାଇଲେ ତାହା ଅସ୍ପଷ୍ଟ ରହିଛି।
ଗ୍ରାମବାସୀଙ୍କ କହିବା ମୁତାବକ କୌଣସି କଥାକୁ ନେଇ ଅନେକ ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ସେହି କାରଣ ପାଇଁ ଏପରି ଚରମ କାଣ୍ଡ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଏହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ପୁଲିସ ଏହି ଖବରପାଇ ଘଟଣାସ୍ଥଳରେ ଅଧିକ ଛାନଭିନ୍ ଜାରି ରଖିଛି।