ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଦ ମର୍ଣ୍ଣି କନସଲ୍ଟର ସର୍ଭେରେ ନରେନ୍ଦ୍ର ମୋଦୀ ଆପ୍ରୂଭାଲ ରେଟିଂରେ ସବୁଠାରୁ ଆଗରେ ରହିଛନ୍ତି। ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ବିଶ୍ୱର ୧୩ ଜଣ ଦିଗଜ୍ ରାଷ୍ଟ୍ରର ପ୍ରମୁଖଙ୍କୁ ପଛରେ ପକାଇ ୧ନଂ ସ୍ଥାନ ଅଧିକାର କରିଛନ୍ତି। ଏହି ସର୍ଭେରେ ମୋଦୀଙ୍କର ଆପ୍ରୁଭାଲ ରେଟିଂ ୭୦% ରହିଛି।
ସେପ୍ଟେମ୍ବର ୨ ତାରିଖରେ ଅପଡେଟ କରାଯାଇଥିବା ଏହି ସର୍ଭେରେ ମୋଦୀଙ୍କ ପରେ ମେକ୍ସିକନ ରାଷ୍ଟ୍ରପତି ଆନ୍ଦ୍ରେ ମେନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଦାଘ୍ରି ତୃତୀୟ ସ୍ଥାନରେ ରହିଛନ୍ତି। ୪ର୍ଥ ସ୍ଥାନରେ ଜର୍ମାନ ଚାନସେଲର ଏଞ୍ଜେଲା ମର୍କେଲ(୫୨%), ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ(୪୮%) ୫ମ ସ୍ଥାନରେ ରହିଛନ୍ତି। ୬ଷ୍ଠ ସ୍ଥାନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ(୪୮%), ସପ୍ତମ ସ୍ଥାନରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋ ରହିଛନ୍ତି। ୮ମ ସ୍ଥାନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ(୪୧%), ୯ମରେ ବ୍ରାଜିଲ ରାଷ୍ଟ୍ରପତି ଜାୟେର ବୋଲସୋନାରେ (୩୮%), ଦଶମ ସ୍ଥାନରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ଜାଏ–ଇନ(୩୫%) ରହିଛନ୍ତି।