ମୁମ୍ବାଇ,ଏଜେନ୍ସି: ଭାରତରେ କରୋନାର ୨ୟ ଲହର ଶେଷ ହୋଇ ନଥିବା ବେଳେ ୩ୟ ଲହର ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି। କିଛି ବିଶେଷଜ୍ଞଙ୍କ ମତରେ କେରଳ ଓ ମହାରାଷ୍ଟ୍ରରେ କରୋନାର ୩ୟ ଲହର ଆରମ୍ଭ ହୋଇସାରିଛି। ଏହି ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ଆବାସିକ ସ୍କୁଲରେ ୨୬ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଗ୍ରୀପଡ଼ାସ୍ଥିତ ସେଣ୍ଟ ଯୋସେଫ ଆବାସିକ ବିଦ୍ୟାଳୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ ଜଣ ପିଲାଙ୍କ ବୟସ ୧୨ରୁ କମ। ଅନ୍ୟ ୨୨ ଜଣ ପିଲାଙ୍କ ବୟସ ୧୨ରୁ ଊର୍ଦ୍ଧ୍ୱ। ଏମାନଙ୍କୁ ରିଚାର୍ଡସନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ବେଳେ ୪ ଶିଶୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଲକ୍ଷଣ ଦେଖାଯିବା ପରେ ୯୫ ଜଣ ପିଲାଙ୍କର ନମୁନା ପରୀକ୍ଷା କରାଯାଇଛି।