ଆଇଏସଆଇଏସ ଜାରି କଲା କାବୁଲ ବିସ୍ଫୋରଣ ଆକ୍ରମଣକାରୀଙ୍କ ଫଟୋ

କାବୁଲ,ଏଜେନ୍ସି: କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ-କେ ଅର୍ଥାତ୍ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ। ଏହି ବିସ୍ଫୋରଣରେ ସେମାନଙ୍କର ହାତ ଥିବା ଦାବି କରିଛି। କେବଳ ଏତିକି ନୁହେଁ, ଇସଲାମିକ୍ ଷ୍ଟେଟ୍ ମଧ୍ୟ ଏକ ଚିତ୍ର ପ୍ରକାଶ କରିଛି ଯେଉଁଥିରେ ଆକ୍ରମଣକାରୀଙ୍କୁ ସ୍ପଷ୍ଟ କରାଯାଇଛି।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଚିତ୍ର କାବୁଲ ବିମାନ ବନ୍ଦରକୁ ବିସ୍ଫୋରଣ କରିଥିବା ସମାନ ଆକ୍ରମଣକାରୀଙ୍କ ଅଟେ। ଆକ୍ରମଣକାରୀଙ୍କ ନାମ ଅବଦୁଲ ରହମାନ ଅଲ ଲୋଗାରୀ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ବୋଧହୁଏ ଏହି ଆକ୍ରମଣକାରୀ ଲୋଗାର ପ୍ରଦେଶର।

ଏହି ଚିତ୍ର ପ୍ରକାଶ କରି ଆଇଏସଆଇଏସ ଲେଖିଛି ଯେ ଏହି ଆକ୍ରମଣରେ ଆମେରିକୀୟ ସୈନିକ ଏବଂ ସେମାନଙ୍କ ସହଯୋଗୀ ସମେତ ମୋଟ ୬୦ରୁ ଅଧିକ ଜଣଙ୍କର ମ୍ୟତ୍ୟୁ ହୋଇଛି ଓ ପାଖାପାଖି ୧୪୦ ଜଣ ଆହତ ହୋଇଛନ୍ତି। ଅନେକ ଆନ୍ତର୍ଜାତୀୟ ସାମ୍ବାଦିକ ଏହି ଇସଲାମିକ ଷ୍ଟେଟ ଆକ୍ରମଣକାରୀଙ୍କ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।