ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ; ୨ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଗବର ଖେଳ ପଡିଆରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜୁଆ ପଟ୍ଟୀ, ଜୁଆ ଖେଳ ସାମଗ୍ରୀ ସହ ନଗଦ ୧୧୦୦ ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ କୁଣ୍ଢେଇଗୋଳା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଗବର ଖେଳ ପଡିଆରେ ଜୁଆ ଖେଳ ଚାଲିଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇଥିଲା। ବୁଢାପାଳ ଫାଣ୍ଡି ଅଧିକାରୀ ଚୈତନ୍ୟ ଗଡ଼ନାୟକ ଏବଂ ଖଇରପାଲି ଫାଣ୍ଡି ଅଧିକାରୀ ବିଜୟ କୁମାର ଦେହୁରୀ ସଦଳବଳେ ସେଠାରେ ଚଢ଼ଉ କରିଥିଲେ। ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।