କଲ୍ୟାଣ ସିଂହଙ୍କ ୮୯ ବର୍ଷ ବୟସରେ ଦେହାନ୍ତ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସଂହଙ୍କ ଆଜି ୮୯ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଲଖନଉ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ଏସଜିପିଜିଆଇରେ ସେ ଶେଷ ନିଶ୍ୱାସ ନେଇଥିଲେ। ସେ ହସ୍ପିଟାଲରେ ଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅନେକବାର ତାଙ୍କୁ ହସ୍ପିଟାଲ ଯାଇ ଦେଖା କରିଥିଲେ।

ସେ ୨୦୧୪-୨୦୧୯ ପର୍ଯ୍ୟନ୍ତ ରାଜସ୍ଥାନର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସମେତ ଅନେକ ବରିଷ୍ଠ ନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।