ମୋବାଇଲ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ସଇଁନ୍ତଳା ପୁଲିସ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକରେ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ପୁଲିସ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା ଅରବିନ୍ଦ ଶବର, ମିଳୁ ଯାନୀ,ଶୀତଳ ଗଉଡ଼ ଓ କୌତୁକ ସାହୁଙ୍କୁ ସଇଁନ୍ତଳା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସାପ୍ତାହିକ ବଜାରରେ ପୁଲିସ ପେଟ୍ରୋଲିଂ କରୁଥିବାବେଳେ ସ୍ଥାନୀୟ ଡାକ ବଙ୍ଗଳାରେ ଥିବା ଆଦିତ୍ୟ ମୋବାଇଲ ଦୋକାନରେ ଏକ ଚୋରୀ ମୋବାଇଲ ଉକ୍ତ ୪ଜଣ ଯୁବକ ବିକ୍ରି କରୁଥିଲେ। ପୁଲିସକୁ ଦେଖି ଯୁବକମାନେ ଫେରାର ହୋଇଯାଇଥିଲେ ହେଁ ସନ୍ଦେହ ହେବାରୁ ପିଛା କରି କେରମେଲି ଛକରେ ଏମାନଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା। ଚୋରଙ୍କୁ ପଚରାଉଚୁରା କରିବା ପରେ ବିଭିନ୍ନ ଦୋକାନରେ ମୋବାଇଲ ବିକ୍ରି ହୋଇଥିବା ଜଣାପଡ଼ିଛି।