ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନଉର ଜିଲ୍ଲାରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଫଳରେ ଘଟଣାସ୍ଥଳରେ ସରକାରୀ ବସ୍ ଓ ଅନ୍ୟ କିଛି ଗାଡ଼ି ଚାପି ହୋଇ ରହିଛି। ବସରେ ୩୫ରୁ ୪୦ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ପାଇଁ ଆଇଟିବିପି ଟିମ୍ ପହଂଚିଛି। କିନ୍ତୁ ଏବେ ବି ଘଟଣାସ୍ଥଳରେ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜିଛି।