ଲଜରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ଖିଅ ଖୋଜୁଛି ପୁଲିସ

ଜି.ଉଦୟଗିରି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବଜାରରେ ଥିବା ନୀଳ ମାଧବ ଲଜରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣଙ୍କ ହେଲେ ସୁବ୍ରତ ସାହୁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ସୁବ୍ରତ ସାହୁ କନ୍ଧମାଳ ଜିଲ୍ଲାକୁ ଯିବା ଆସିବା କରିଥାନ୍ତି। ପରିବା ବ୍ୟବସାୟୀ ନେଇ ଯିବା ଆସିବା କରନ୍ତି। ଗତ ରାତିରେ ସୁବ୍ରତ କନ୍ଧମାଳ ରାଇକିଆ ବଜାରରେ ଥିବା ନୀଳମାଧବ ରାତିରେ ରହିଥିଲେ। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିପରି ସୁବ୍ରତଙ୍କ ମୃତ୍ୟୁ ହେଲା, ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୁଲିସ। ଆବଶ୍ୟକ ପଡିଲେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯିବ ବୋଲି କୁହାଯାଇଛି।