କଟକ,ଏନ୍ଏନ୍ଏସ୍: ଗତକାଲି ଅପରାହ୍ଣରେ ସ୍ପେଶାଲ ସ୍କ୍ୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ଉ କରି ୧ କିଲୋ ୧୪୯ ଗ୍ରାମ (ଆନୁମାନିକ ମୂଲ୍ୟ-୧ କୋଟିରୁ ଊର୍ଦ୍ଧ୍ୱ) ମୂଲ୍ୟର ବ୍ରାଉନସୁଗର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଏହି ୬ ଜଣଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀ ଓ ଅନ୍ୟ ଜଣକ କଟକର ବାସିନ୍ଦା ବୋଲି ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦୈତ୍ୟ ନଗରୀ ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ଏହି ବ୍ରାଉନସୁଗର ଜଳେଶ୍ୱରରୁ ଆସି ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଆଦି ଜିଲ୍ଲା କୁ ଚାଲାଣ ହେବାର ଯୋଜନା ହୋଇଥିଲା ବୋଲି ଜଣାପଡିଛି। ଏହାକୁ ମିଶାଇ ଗତ ୫ ମାସରେ ୪ କିଲୋ ୨୫୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।