ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଫଳାଫଳ, ଅନଲାଇନ କ୍ଲାସ ମାଧ୍ୟମରେ ଶିକ୍ଷାଦାନ ଉପର ଆଲୋଚନା ହୋଇଥିଲା। ବିଦ୍ୟାଳୟରେ ଚାଲିଥିବା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରି ଏହା ଶୀଘ୍ର କାମ ସମାପ୍ତ କରିବାକୁ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍କୁଲ ଖୋଲିଲା ପରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସାନିଟାଇଜର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।
ଛାତ୍ରଛାତ୍ରୀମାନଙ୍କ ବୈଦ୍ଧକି ବିକାଶ ନିମନ୍ତେ ନୂତନତା ଜ୍ଞାନ ପ୍ରଦର୍ଶିତ କରିବାକୁ ଜିଲ୍ଲାପାଳ କହିଥିଲୋ କଳାର ବିକାଶ ନିମନ୍ତେ ଲୁକ୍କାୟିତ ପ୍ରତିଭାକୁ ଆବିଷ୍କାର କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ବୈଠକରେ କେନ୍ଦ୍ରୀୟ ବିଦ୍ୟାଳୟ ଜୟରାମ ନାଏକ, ଡାକ୍ତର ବିଏଲଏନ ପୃଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶୁଭଦୀପ୍ତ ସାହା ପ୍ରମୁଖ ଉପସ୍ଥିତ ଥିଲେ।