୧୩ ଲକ୍ଷ ନକଲି ଟଙ୍କା ଜବତ, ୬ ଗିରଫ

  • ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା। ପୁଲିସ ପଞ୍ଝାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ। ସମ୍ବଲପୁର ପୁଲିସ ନକଲି ଟଙ୍କା ତିଆରି ଗ୍ୟାଙ୍ଗକୁ ଗିରଫ କରିବା ସହ ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନକଲି ନୋଟ ଜବତ କରିଛି। ଏହାସହିତ ଟଙ୍କା ପ୍ରସ୍ତୁତ ମେସିନ୍ ଓ ବିପୁଳ ପରିମାଣର କାଗଜ ମଧ୍ୟ ଜବତ କରିଛି। ତେବେ ଜବତ ନକଲି ନୋଟ୍ର ପରିମାଣ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।