- ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କୋଟିପତି କିରାଣି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଟକ କୋଟିପତି କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ। ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି। ଆୟଠାରୁ ୮୦ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଶନିବାର ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରବୀନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଗୁଡଭେଲା ବ୍ଲକ ଅନ୍ତର୍ଗତ ଡାହିମାଲ ନିକଟ ଡୁଙ୍ଗୁରିପାଲି ଗାଁରେ ଥିବା ରବୀନ୍ଦ୍ରଙ୍କ ପୈତୃକ ଘର, ତୁଷୁରାରେ ଥିବା ଘର, ବଲାଙ୍ଗୀର ସାଗରପଡାରେ ଥିବା ଦୁଇ ମହଲା କୋଠା ସମେତ ପୁଇଁତଳା ବ୍ଲକ କାର୍ଯ୍ୟାଳୟ ଓ ସ୍ତ୍ରୀ ମେଘମାଳା ପଟ୍ଟନାୟକଙ୍କ ସ୍କୁଲ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ୧ କୋଟି ୬୮ଲକ୍ଷ ୬୯ହଜାର, ୯୯୩ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୯୯ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ଜଣାପଡ଼ିଛି।