ମଦ୍ୟପର ଉନ୍ମତ୍ତ କାଣ୍ଡ: ପୁଲିସ ଉପରକୁ ଉଠାଇଲା ଚପଲ

କୁଆଁପାଳ,ଏନ୍ଏନ୍ଏସ୍: କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନସ୍ଥ ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚୋରା ମଦ କାରବାରର କରୁଣ ପରିଣତି ଆଜି ପୁଲିସକୁ ଭୋଗିବାକୁ ପଡିଛି। ଏହି ଫାଣ୍ଡି ଅଞ୍ଚଳରେ ଚୋରାମଦ କାରବାର ଦିନକୁ ଦିନ ବଢିବାରେ ଲାଗିଥିଲା ବେଳେ ମଦ୍ୟପଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ଆଜି ଏହି ଫାଣ୍ଡି ଅଞ୍ଚଳର ହଳଦିଆ କୋଠିଛକ ନିକଟରେ ଜନୈକ ମଦ୍ୟପ ମଦପିଇ ମାତାଲ ଅବସ୍ଥାରେ ଗାଳିଗୁଲଜ କରୁଥିଲା। ଏହି ସମୟରେ ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀ ସେହିବାଟ ଦେଇ ଯାଉଥିବା ବେଳେ ମାତାଲ ଯୁବକ ଜଣକ ତାଙ୍କୁ ଅଟକାଇ ଗାଳି ଦେବା ସହ ମାରିବାକୁ ଚପଲ ଉଠାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟିର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁଲିସକୁ ମାଡୁଆଙ୍କର ଖୋଲା ଚାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି।