ବାଲୁକା କଳାରେ ନିରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ମାନସ

ପୁରୀ,ଏଜେନ୍ସି: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଖେଳାଳି ନିରଜ ଚୋପ୍ରା ଅଲମ୍ପିକରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିବାରୁ ତାଙ୍କ ପାଇଁ ବାଲୁକା କଳା ନିର୍ମାଣ କରି ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ଏବଂ ସ୍ନେହ ଶ୍ରଦ୍ଧା ଏବଂ ନିରଜ ଚୋପ୍ରାଙ୍କ କଠିନ ପରିଶ୍ରମ ଦ୍ୱାରା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ମାନସ ସାହୁ ତାଙ୍କ ବାଲୁକା କଳାରେ ନିରଜ ଚୋପ୍ରାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି “Congratulation to Neeraj Chopra ” ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି।