ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସର ଫ୍ରି ଷ୍ଟାଇଲ ୮୬ କେଜି କୁସ୍ତିରେ ଭାରତର ଦୀପକ ପୁନିଆ ବ୍ରୋଞ୍ଜ ପଦକ ହାତଛଡ଼ା କରିଛନ୍ତି। ସାନ ମାରିନସର ମାଇଲ୍ସ ଆମିନଙ୍କଠାରୁ ରବି ହାରି ଯାଇଛନ୍ତି। ପ୍ରାରମ୍ଭରେ ରବି ୨ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଖେଳର ଶେଷ ୧୦ ସେକେଣ୍ଡରେ ମାଇଲ୍ସ ବାଜି ମାରି ନେଇଥିଲେ। ଫଳରେ ଭାରତ ଆଉ ଏକ ପଦକରୁ ବଂଚିତ ହୋଇଛି।